କର୍ଣ୍ଣନଙ୍କୁ କରୋନା

ଚେନ୍ନାଇ, ୧୦ା୧୨: ମହିଳା ବିଚାରପତି ଓ ବିଚାରପତିଙ୍କ ସ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଗିରଫ ହୋଇଥିବା ମାଡ୍ରାସ ଓ କୋଲକତା ହାଇକୋର୍ଟର ପୂର୍ବତନ ବିଚାରପତି ସି. ଏସ୍‌ କର୍ଣ୍ଣନ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଅସୁସ୍ଥତା ଅନୁଭବ କରିବାକୁ ମଙ୍ଗଳବାର ସନ୍ଧ୍ୟାରେ ତାଙ୍କୁ ଷ୍ଟେନଲେ ମେଡିକାଲକୁ ନିଆଯାଇଥିଲା। ସେଠାରେ ଆର୍‌ଟି-ପିସିଆର୍‌ ଟେଷ୍ଟ କରାଯିବାପରେ ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି। କର୍ଣ୍ଣନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ମେଡିକାଲ କଲେଜର ଡିନ୍‌ ପି. ବାଲାଜୀ ସୂଚନା ଦେଇଛନ୍ତି। ତେବେ ସପ୍ତାହେ ପୂର୍ବରୁ ତାଙ୍କ କରୋନା ଟେଷ୍ଟ କରାଯାଇଥିଲେ ହେଁ ରିପୋର୍ଟ ନେଗେଟିଭ ଥିବା ବାଲାଜୀ କହିଛନ୍ତି।

Share