Categories: ଖେଳ

ସୁମୋ ରେସ୍‌ଲରଙ୍କୁ କରୋନା

ଟୋକିଓ, ୬ା୧(ଏପି)-ଶୀର୍ଷ ର଼୍ୟାଙ୍କିଙ୍ଗପ୍ରାପ୍ତ ସୁମୋ ରେସ୍‌ଲର ହାକୁହୋ କରୋନା ସଂକ୍ରମିତ ହୋଇଛନ୍ତି। ଆଘ୍ରାଣ ଶକ୍ତି ହରାଇବାପରେ ହାକୁହୋଙ୍କ କୋଭିଡ୍‌ ଟେଷ୍ଟ ହୋଇଥିବା ଜାପାନ ସୁମୋ ଆସୋସିଏଶନ (ଜେଏସ୍‌ଏ) କହିଛି। ମଙ୍ଗୋଲିଆରେ ଜନ୍ମିତ ଏହି ୩୫ବର୍ଷୀୟ ସୁମୋ ରେସ୍‌ଲର ରବିବାର ଟୋକିଓଠାରେ ଆରମ୍ଭ ହେବାକୁଥିବା ନ୍ୟୁ ଇୟର ଗ୍ରାଣ୍ଡ ଟୁର୍ନାମେଣ୍ଟ ପାଇଁ ପ୍ରସ୍ତୁତ ହେଉଥିଲେ। ହାକୁହୋ ରେକର୍ଡ ୪୪ ଚାମ୍ପିୟନଶିପ୍‌ ଜିତିଛନ୍ତି। ଟୋକିଓ ଅଲିମ୍ପିକ୍ସ ପରେ ସେ ଅବସର ନେବାକୁ ଯୋଜନା କରିଥିଲେ। ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଜେଏସ୍‌ଏ ତରଫରୁ କୌଣସି ସୂଚନା ଦିଆଯାଇ ନାହିଁ।

Share