ଆଜି ଆଉ ୧୦ ଜୀବନ ନେଲା କରୋନା, ୫୫୬ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

ଭୁବନେଶ୍ୱର,୭ା୯(ବ୍ୟୁରୋ): ସୋମବାର ରାଜ୍ୟରୁ ଆଉ ୧୦ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୫୫୬କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


ଗଞ୍ଜାମରୁ ୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ କଟକ, ବାଲେଶ୍ୱର, ଖୋର୍ଦ୍ଧା, କଳାହାଣ୍ଡି, ନୟାଗଡ଼, କୋରାପୁଟ ଏବଂ ରାୟଗଡ଼ାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।


ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୧,୨୭,୮୯୨ରେ ପହଞ୍ଚିଥିବା ବେଳେ ୯୬,୩୬୪ ଜଣ ସୁସ୍ଥ ହୋଇଛନ୍ତି। ୩୦,୯୧୯ଜଣ ଚିକିତ୍ସିତ ହେଉଛନ୍ତି। ୫୫୬ ଜଣଙ୍କ ମୃତ୍ୟୁ ଘଟିଛି।

Share