ଭୁବନେଶ୍ୱର,୧୭ା୮(ବ୍ୟୁରୋ) : ସୋମବାର ରାଜ୍ୟରୁ ଆଉ ୧୦ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩୫୩ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ମୃତକମାନଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୪, କଟକ, ପୁରୀ, ଗଞ୍ଜାମ, ସୁନ୍ଦରଗଡ଼, ରାୟଗଡ଼ା ଏବଂ ବରଗଡ଼ରୁ ଜଣେ ଲେଖାଏ ଅଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୨,୨୯୪ରେ ପହଞ୍ଚିଥିବା ବେଳେ ୪୨,୨୭୬ ଜଣ ସୁସ୍ଥ ହୋଇଛନ୍ତି। ୧୯, ୬୧୨ ଜଣ ଚିକିତ୍ସିତ ହେଉଛନ୍ତି। ୩୫୩ ଜଣଙ୍କ ମୃତ୍ୟୁ ଘଟିଛି।