ଆଜି ଆଉ ୧୦ ଜୀବନ ନେଲା କରୋନା: ମୃତ୍ୟୁସଂଖ୍ୟା ୩୯୦କୁ ବୃଦ୍ଧି

ଭୁବନେଶ୍ୱର,୨୧ା୮(ବ୍ୟୁରୋ): ଶୁକ୍ରବାର ଆଉ ୧୦ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୩୯୦କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


କରୋନାରେ ଆଜି ସର୍ବାଧିକ ଗଞ୍ଜାମରୁ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଖୋର୍ଦ୍ଧାରୁ ୨, ଅନୁଗୋଳ, କୋରାପୁଟ, ନୟାଗଡ଼ ଏବଂ ସୁବର୍ଣ୍ଣପୁରରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।


ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୭୨,୭୧୮ରେ ପହଞ୍ଚିଥିବା ବେଳେ ୪୮,୫୭୬ ଜଣ ସୁସ୍ଥ ହୋଇଛନ୍ତି। ୨୩,୬୯୯ ଜଣ ଚିକିତ୍ସିତ ହେଉଛନ୍ତି। ୩୯୦ ଜଣଙ୍କ ମୃତ୍ୟୁ ଘଟିଛି।

Share