ଆଜି ଆଉ ୧୦ ଜୀବନ ନେଲା କରୋନା: ଜାଣନ୍ତୁ କେଉଁ ଜିଲାରୁ କେତେ

ଭୁବନେଶ୍ୱର,୧୪ା୮(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ଆଉ ୧୦ ଜଣଙ୍କ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩୨୪ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


ମୃତକମାନଙ୍କ ମଧ୍ୟରେ ଗଞ୍ଜାମରୁ ୪ ଜଣ, ପୁରୀରୁ ୩, କଟକ, ସମ୍ବଲପୁର ଏବଂ ସୁନ୍ଦରଗଡ଼ରୁ ଜଣେ ଲେଖାଏ ଅଛନ୍ତି।


ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୪,୬୩୦ରେ ପହଞ୍ଚିଥିବା ବେଳେ ୩୭,୯୦୦ ଜଣ ସୁସ୍ଥ ହୋଇଛନ୍ତି। ୧୬,୩୫୩ ଜଣ ଚିକିତ୍ସିତ ହେଉଛନ୍ତି। ୩୨୪ ଜଣଙ୍କ ମୃତ୍ୟୁ ଘଟିସାରିଲାଣି।

Share