ପୁଣି ୧୧ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୧୩୩୧ରେ ପହଞ୍ଚିଲା

ଭୁବନେଶ୍ୱର,୧ା୧୧(ବ୍ୟୁରୋ): ରବିବାର ରାଜ୍ୟରୁ ଆଉ ୧୧ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୩୩୧କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୩ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବାବେଳେ ଖୋର୍ଦ୍ଧା, କଟକ, ଅନୁଗୋଳ, କେନ୍ଦୁଝର, ଦେବଗଡ଼, ନୂଆପଡ଼ା,କେନ୍ଦ୍ରାପଡ଼ା ଏବଂ ମାଲକାନଗିରିରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୨,୯୧,୮୨୫ରେ ପହଞ୍ଚିଥିବା ବେଳେ ୨,୭୫,୭୪୯ ଜଣ ସୁସ୍ଥ ହୋଇଛନ୍ତି। ୧୪,୬୯୨ ଜଣ ଚିକିତ୍ସିତ ହେଉଛନ୍ତି। ୧୩୩୧ ଜଣଙ୍କ ମୃତ୍ୟୁ ଘଟିଛି।

Share