ଆଜି ଆଉ ୧୧ ଜୀବନ ନେଲା କରୋନା, ୫୯୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

ଭୁବନେଶ୍ୱର,୧୦ା୯(ବ୍ୟୁରୋ): ଗୁରୁବାର ରାଜ୍ୟରୁ ଆଉ ୧୧ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୫୯୧କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ଖୋର୍ଦ୍ଧା, କଟକ ଓ ପୁରୀ ଜିଲାରୁ ୨ ଜଣ ଲେଖାଏ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ଗଞ୍ଜାମ, କୋରାପୁଟ, ରାୟଗଡ଼ା, ଭଦ୍ରକ ଏବଂ ନୟାଗଡ଼ରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୧,୩୯,୧୨୧ରେ ପହଞ୍ଚିଥିବା ବେଳେ୧,୦୫,୨୯୫ ଜଣ ସୁସ୍ଥ ହୋଇଛନ୍ତି। ୩୩,୧୮୨ଜଣ ଚିକିତ୍ସିତ ହେଉଛନ୍ତି। ୫୯୧ ଜଣଙ୍କ ମୃତ୍ୟୁ ଘଟିଛି।

Share