ଭୁବନେଶ୍ୱର,୧୬।୯(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନା ଆଉ ୧୧ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୬୫୬କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ୧୧ ମୃତକଙ୍କ ମଧ୍ୟରୁ ପୁରୀ ଏବଂ ସମ୍ବଲପୁର ଜିଲାରୁ ୩ ଜଣ ଲେଖାଏ ମୃତ୍ୟୁ ଘଟିଛି। ସେହିପରି ଖୋର୍ଦ୍ଧାରୁ ୨, ମୟୁରଭଞ୍ଜ, କଳାହାଣ୍ଡି, ସୁନ୍ଦରଗଡରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।