ଆଜି ଆଉ ୧୨ ଜୀବନ ନେଲା କରୋନା, ଜାଣନ୍ତୁ କେଉଁ ଜିଲାରୁ କେତେ

ଭୁବନେଶ୍ୱର,୭ା୮(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ଆଉ ୧୨ ଜଣଙ୍କ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୪୭କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


ଆଜି ସୁନ୍ଦରଗଡ଼ରୁ ୩ ଜଣଙ୍କ କରୋନା ଜନିତ ମୃତ୍ୟୁ ଘଟିଥିବା ବେଳେ ଗଞ୍ଜାମରୁ ୩ ଏବଂ ଗଜପତି, ଢେଙ୍କାନାଳ, ଭଦ୍ରକ, ସମ୍ବଲପୁର, ମୟୂରଭଞ୍ଜ ଏବଂ କେନ୍ଦ୍ରାପଡ଼ାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ଅନ୍ୟପକ୍ଷରେ ପ୍ରଥମଥର ପାଇଁ ଢେଙ୍କାନାଳ ଏବଂ ମୟୂରଭଞ୍ଜ ଜିଲାରୁ କରୋନା ଦୁଇ ମୁଣ୍ଡ ନେଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪୨,୫୫୦ରେ ପହଞ୍ଚିଥିବା ବେଳେ ୨୬,୮୮୭ ଜଣ ସୁସ୍ଥ ହୋଇଛନ୍ତି। ୧୫,୩୭୦ ଜଣ ଚିକିତ୍ସିତ ହେଉଛନ୍ତି। ୨୪୭ ଜଣଙ୍କ ମୃତ୍ୟୁ ଘଟିଛି।

Share