ଭୁବନେଶ୍ୱର,୫।୧୧(ବ୍ୟୁରୋ): ରାଜ୍ୟରେ ୨୪ଘଣ୍ଟା ମଧ୍ୟରେ କରୋନା ଜନିତ ଆଉ ୧୪ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୧୩୭୮କୁ ବୃଦ୍ଧି ପାଇଛି। ବୁଧବାର କରୋନାରେ ୧୨ଜଣଙ୍କ ଜୀବନ ଯାଇଥିବା ବେଳେ ଗୁରୁବାର ଏହି ସଂଖ୍ୟା ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ମୟୂରଭଞ୍ଜ ଓ ଭୁବନେଶ୍ୱରରୁ ୩ ଜଣ ରହିଥିବା ବେଳେ ଗଞ୍ଜାମ, ନୟାଗଡ଼, ନବରଙ୍ଗପୁର ଓ ସମ୍ବଲପୁରରୁ ଜଣେ ଲେଖାଏଁ ରହିଛନ୍ତି। ସେହିପରି କଟକ ଏବଂ ସୁନ୍ଦରରଗଡ଼ରୁ ୨ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। କରୋନାଜନିତ ମୃତକଙ୍କ ମଧ୍ୟରେ କେତେକ ବିଭିନ୍ନ ରୋଗରେ ଆକ୍ରାନ୍ତ ଥିବା ସୂଚନା ରହିଛି।