୧୫ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୧୪।୧୦(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନା ଆଉ ୧୫ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୦୭୨କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ୧୫ ମୃତକଙ୍କ ମଧ୍ୟରୁ କଟକରୁ ୩, ଭୁବନେଶ୍ୱରରୁ, ପୁରୀ, କନ୍ଧମାଳ,ବୌଦ୍ଧ, ଗଞ୍ଜାମ, ରାୟଗଡା, ମୟୁରଭଞ୍ଜ, କଳାହାଣ୍ଡି, ଯାଜପୁର, ବାଲେଶ୍ୱର, ସୁନ୍ଦରଗଡ ଏବଂ କେନ୍ଦ୍ରାପଡା ଜିଲାରୁ ଜଣେ ଲେଖାଏ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି।

Share