କରୋନା ନେଲା ୧୫ ଜୀବନ

ଭୁବନେଶ୍ୱର,୨୩।୯(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନା ଆଉ ୧୫ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୭୩୬କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ୧୫ ମୃତକଙ୍କ ମଧ୍ୟରୁ ୪ ଜଣ ଭୁବନେଶ୍ୱରରୁ, ମୟୁରଭଞ୍ଜରୁ ୨ ଜଣ, ପୁରୀରୁ ୨ ଜଣ ଏବଂ କଟକ, ବାଲେଶ୍ୱର, ନୟାଗଡ, କନ୍ଧମାଳ, ଢେଙ୍ଗାନାଳ, ମାଲକାନଗିରି ନୂଆପଡା ଜିଲାରୁ ଜଣେ ଲେଖାଏ ମୃତ୍ୟୁ ଘଟିଛି।

Share