ଆଜି ରାଜ୍ୟରୁ ଆଉ ୧୮ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୯୫୮କୁ ବୃଦ୍ଧି

ଭୁବନେଶ୍ୱର,୭ା୧୦(ବ୍ୟୁରୋ): ବୁଧବାର ରାଜ୍ୟରୁ ଆଉ ୧୮ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୯୫୮କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ବାଲେଶ୍ୱରୁ ସର୍ବାଧିକ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ନୟାଗଡ଼, ସୁନ୍ଦରଗଡ଼ ଏବଂ ପୁରୀରୁ ୨ ଜଣ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେହିପରି ବୌଦ୍ଧ, ଦେବଗଡ଼, ଯାଜପୁର, କନ୍ଧମାଳ, ଖୋର୍ଦ୍ଧା, କୋରାପୁଟ,ମୟୂରଭଞ୍ଜ ଏବଂ ସମ୍ବଲପୁରରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୨,୪୦,୯୯୮ରେ ପହଞ୍ଚିଥିବା ବେଳେ ୨,୧୦,୨୧୭ ଜଣ ସୁସ୍ଥ ହୋଇଛନ୍ତି। ୨୯,୭୭୦ ଜଣ ଚିକିତ୍ସିତ ହେଉଛନ୍ତି। ୯୫୮ ଜଣଙ୍କ ମୃତ୍ୟୁ ଘଟିଛି।

Share