ଆଜି ଆଉ ୧୯ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୨୧୮୦କୁ ବୃଦ୍ଧି

ଭୁବନେଶ୍ୱର,୯ା୫(ବ୍ୟୁରୋ): ଆଜି ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଟିକେ କମିଥିବା ବେଳେ ଗତକାଲିଠାରୁ ଆଜି ଅର୍ଥାତ୍‌ ରବିବାର ମୃତ୍ୟୁସଂଖ୍ୟା ମଧ୍ୟ କମିଛି। କରୋନା ରବିବାର ୧୯ ଜଣଙ୍କ ଜୀବନ ନେଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୧୮୦କୁ ବୃଦ୍ଧି ପାଇଛି।

ଖୋର୍ଦ୍ଧା ଓ କଳାହାଣ୍ଡିରୁ ସର୍ବାଧିକ ୩ ଜଣ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ଅନୁଗୋଳ, ଭଦ୍ରକ, ବଲାଙ୍ଗୀର, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଯାଜପୁର ଏବଂ ଝାରସୁଗୁଡ଼ା ଜିଲାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୫,୩୪,୮୪୨ରେ ପହଞ୍ଚିଥିବା ବେଳେ ୪,୩୯,୩୨୨ଜଣ ସୁସ୍ଥ ହୋଇଛନ୍ତି। ୯୩,୨୮୭ ଜଣ ଚିକିିତ୍ସିତ ହେଉଛନ୍ତି। ୨୧୮୦ ଜଣଙ୍କ ମୃତ୍ୟୁ ଘଟିଛି।

Share