ରାଜ୍ୟରେ କରୋନା ନେଲା ୨ ମୁଣ୍ଡ

ଭୁବନେଶ୍ୱର,୧୮।୪(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି। ରବିବାର ରାଜ୍ୟରେ କରୋନା ଆଉ ୨ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧,୯୪୪କୁ ବୃଦ୍ଧି ହୋଇଛି। ମୃତକ ଦ୍ୱୟ ବରଗଡ଼ ଓ ସୁନ୍ଦରଗଡ଼ ଜିଲାର। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି।

Share