ଭୁବନେଶ୍ୱର, ୩୦।୬(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୨୦୬ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ ଗଞ୍ଜାମ ଜିଲାର ବୋଲି ଜଣାପଡ଼ିଛି। ଉଭୟ ମହିଳା ହୋଇଥିବା ବେଳେ ଜଣେ ୪୮ ବର୍ଷୀୟା ଏବଂ ଅନ୍ୟ ଜଣେ ୩୯ ବର୍ଷୀୟା। ତେବେ ଦ୍ୱିତୀୟ ମହିଳା ଜଣଙ୍କ କିଡ୍ନୀରେ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଥିଲେ ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍କରି ସୂଚନା ଦିଆଯାଇଛି।
ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୫କୁ ବୃଦ୍ଧି ପାଇଛି।