ଆଉ ୨୦ ଜଣଙ୍କ ଜୀବନ ନେଲା କରୋନା, କେବଳ ଖୋର୍ଦ୍ଧାରୁ ୬

ଭୁବନେଶ୍ୱର,୭ା୨(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯଦିଓ ହ୍ରାସ ପାଇଛି କିନ୍ତୁ ମୃତ୍ୟୁସଂଖ୍ୟାରେ ବ୍ରେକ୍‌ ଲାଗୁନି। ସୋମବାର ଆଉ ୨୦ ଜଣଙ୍କ ଜୀବନ ନେଇଛି କରୋନା। ଏହାକୁ ମିଶାଇ ମୃତ୍ୟୁସଂଖ୍ୟା ୮,୭୫୪କୁ ବୃଦ୍ଧି ପାଇଥିବା ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି କେବଳ ଖୋର୍ଦ୍ଧା ଜିଲାରୁ ୬ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ କଳାହାଣ୍ଡିରୁ ୪ ଏବଂ କଟକରୁ ୩ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ଜଗତସିଂହପୁର ଏବଂ ନୟାଗଡ଼ରୁ ଦୁଇ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ କେନ୍ଦ୍ରାପଡ଼ା, ଯାଜପୁର ଏବଂ ରାୟଗଡ଼ାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୬୮,୩୦୮ରେ ପହଞ୍ଚିଥିବା ବେଳେ ୧୨,୩୭,୯୭୬ ଜଣ ସୁସ୍ଥ ହୋଇଛନ୍ତି। ୨୧,୫୨୫ ଜଣ ଚିକିିତ୍ସିତ ହେଉଛନ୍ତି। ମୃତ୍ୟୁସଂଖ୍ୟା ୮,୭୫୪କୁ ବୃଦ୍ଧି ପାଇଛି।

Share