ଭୁବନେଶ୍ୱର,୧ା୧୧(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନେ କମିଲେ ଦିନେ ବଢ଼ୁଛି। ସେହିପରି ମୃତ୍ୟୁସଂଖ୍ୟା ମଧ୍ୟ ଦିନେ ବଢ଼ିଲେ ଦିନେ କମୁଛି। ଆଜି ଆଉ ୩ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୮୩୩୬କୁ ବୃଦ୍ଧି ପାଇଥିବା ଜଣାପଡ଼ିଛି।
ଆଜି ଅନୁଗୋଳ, ବାଲେଶ୍ୱର ଏବଂ ଗଞ୍ଜାମରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟ ୧୦,୪୧,୭୭୩ରେ ପହଞ୍ଚିଥିବା ବେଳେ ୧୦,୨୯,୧୪୭ ଜଣ ସୁସ୍ଥ ହୋଇଛନ୍ତି। ୪୨୩୭ ଜଣ ଚିକିିତ୍ସିତ ହେଉଛନ୍ତି। ମୃତୁସଂଖ୍ୟା ୮୩୩୬କୁ ବୃଦ୍ଧି।