ଭୁବନେଶ୍ୱର,୧୭ା୧୦(ବ୍ୟୁରୋ): ରବିବାର ରାଜ୍ୟରୁ ଆଉ ୩ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୮୨୮୫କୁ ବୃଦ୍ଧି ପାଇଥିବା ଜଣାପଡ଼ିଛି।
ଆଜି କଟକ, ସୁନ୍ଦରଗଡ଼ ଏବଂ ଜଗତସିଂହପୁର ଜିଲାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୩୫,୦୭୭ରେ ପହଞ୍ଚିଥିବା ବେଳେ ୧୦,୨୧,୭୪୨ଜଣ ସୁସ୍ଥ ହୋଇଛନ୍ତି। ୪୯୯୭ ଜଣ ଚିକିିତ୍ସିତ ହେଉଛନ୍ତି। ମୃତ୍ୟୁସଂଖ୍ୟା ୮୨୮୫କୁ ବୃଦ୍ଧି ପାଇଥିବା ଜଣାପଡ଼ିଛି।