ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୯୧୧୫କୁ ବୃଦ୍ଧି

ଭୁବନେଶ୍ୱର,୧୪ା୩(ବ୍ୟୁରୋ): ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ସୋମବାର ୧୦୦ ତଳେ ଥିବା ବେଳେ ଆଜି ଆଉ ୪ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୯୧୧୫କୁ ବୃଦ୍ଧି ପାଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୬,୬୯୪ରେ ପହଞ୍ଚିଥିବା ବେଳେ ୧୨,୭୬,୬୭୫ ଜଣ ସୁସ୍ଥ ହୋଇଛନ୍ତି। ୮୫୧ ଜଣ ଚିକିିତ୍ସିତ ହେଉଛନ୍ତି।

Share