Advertisement

ରାଜ୍ୟରେ ଆଉ ୪ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୩କୁ ବୃଦ୍ଧି

ଭୁବନେଶ୍ୱର,୧୭ା୭(ବ୍ୟୁରୋ): ଶୁକ୍ରବାର ରାଜ୍ୟରେ ଆଉ ୪ କରୋନା ଆକ୍ରାନ୍ତଙ୍କ ଜୀବନ ଯାଇଛି। ଏହାକୁ ମିଶାଇ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


ମୃତକଙ୍କ ମଧ୍ୟରେ ଗଞ୍ଜାମର ୨ଜଣ ହୋଇଥିବା ବେଳେ ଗଜପତି ଓ ଅନୁଗୋଳ ଜିଲାର ଜଣେ ଲେଖାଏ ଅଛନ୍ତି। ଗଞ୍ଜାମ ଜିଲାର ମୃତକ ଦ୍ୱୟଙ୍କ ବୟସ ଯଥାକ୍ରମେ ୫୭ ଓ ୬୦ ବର୍ଷ ହୋଇଥିବା ବେଳେ ଗଜପତିର ମୃତକଙ୍କ ବୟସ ୫୬ ଓ ଅନୁଗୋଳ ଜିଲାର ମୃତକଙ୍କ ବୟସ ୬୬ ବର୍ଷ ବୋଲି ଜଣାପଡ଼ିଛି।
ଗଞ୍ଜାମ ଜିଲାର ୬୦ ବର୍ଷୀୟ ବ୍ୟକ୍ତି କିଡ୍‌ନୀଜନିତ ରୋଗରେ ପୀଡ଼ିତ ଥିବା ବେଳେ ୫୭ ବର୍ଷୀୟ ବ୍ୟକ୍ତି ଡାଇବେଟିସ୍‌ରେ ପୀଡ଼ିତ ଥିଲେ। ସେହିପରି ଅନୁଗୋଳ ଜିଲାର ୬୬ ବର୍ଷୀୟ ବୃଦ୍ଧ ଟ୍ୟୁମରଜନିତ ରୋଗ ଏବଂ ଗଜପତି ଜିଲାର ୫୬ ବର୍ଷୀୟ ବ୍ୟକ୍ତିଜଣକ ଡାଇବେଟିସ୍‌ ଏବଂ ହୃଦରୋଗରେ ପୀଡ଼ିତ ଥିଲେ।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୮୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ କେବଳ ଗଞ୍ଜାମରୁ ୫୦ ଜଣଙ୍କ ମୃତ୍ୟୁ ଘଟିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share