ଆଜି ଆଉ ୪୨ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୨୯୯୪କୁ ବୃଦ୍ଧି

ଭୁବନେଶ୍ୱର,୩ା୫(ବ୍ୟୁରୋ): ରବିବାର ରାଜ୍ୟରୁ ୪୨ ଜଣଙ୍କ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୯୯୪କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଅନୁଗୋଳ, କଟକ ଏବଂ ଖୋର୍ଦ୍ଧାରୁ ୪ ଜଣ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ବୌଦ୍ଧ, ଦେବଗଡ଼, କଳାହାଣ୍ଡି ଏବଂ ଝାରସଗୁଡ଼ାରୁ ୩ ଜଣ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେହିପରି ଗଜପତି, ମୟୂରଭଞ୍ଜ, ଜଗତସିଂହପୁର, ସୁନ୍ଦରଗଡ଼ ଏବଂ ରାଗୟଡ଼ାରୁ ୨ ଜଣ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ବରଗଡ଼, ଗଞ୍ଜାମ, ଗଜପତି, କନ୍ଧମାଳ, କୋରାପୁଟ, ମାଲକାନଗିରି, ନୂଆପଡ଼ା ଏବଂ ପୁରୀରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୮,୧୩,୦୯୬ରେ ପହଞ୍ଚିଥିବା ବେଳେ ୭,୩୨,୦୧୮ଜଣ ସୁସ୍ଥ ହୋଇଛନ୍ତି। ୭୮,୦୩୧ ଜଣ ଚିକିିତ୍ସିତ ହେଉଛନ୍ତି। ୨୯୯୪ ଜଣଙ୍କ ମୃତ୍ୟୁ ଘଟିଛି।

Share