ଆଜି ଆଉ ୪୩ ଜୀବନ ନେଲା କରୋନା, ୩୬୦୦ ଟପିଲା ମୃତ୍ୟୁସଂଖ୍ୟା

ଭୁବନେଶ୍ୱର,୨୧ା୬(ବ୍ୟୁରୋ): ସୋମବାର ରାଜ୍ୟରୁ କରୋନା ମହାମାରୀ ଆଉ ୪୩ ଜଣଙ୍କ ଜୀବନ ନେଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩୬୩୩କୁ ବୃଦ୍ଧି ପାଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୮,୮୦,୫୩୩ରେ ପହଞ୍ଚିଥିବା ବେଳେ ୮,୪୦,୨୧୪ଜଣ ସୁସ୍ଥ ହୋଇଛନ୍ତି। ୩୬,୬୩୩ ଜଣ ଚିକିିତ୍ସିତ ହେଉଛନ୍ତି। ୩୬୩୩ ଜଣଙ୍କ ମୃତ୍ୟୁ ଘଟିଲାଣି।

Share