ରାଜ୍ୟରୁ କରୋନା ନେଲାଣି ୪୯୨ ଜୀବନ, ଆଜି ୧୦ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୩୧ା୮(ବ୍ୟୁରୋ): ସୋମବାର ରାଜ୍ୟରୁ ଆଉ ୧୦ ଜୀବନ ନେଇଛି କରୋନା। ଏହାକୁ ମିଶାଇ କରୋନା ଜନିତ ମୃତ୍ୟୁସଂଖ୍ୟା ୪୯୨ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


ମୃତକମାନଙ୍କ ମଧ୍ୟରେ ଖୋର୍ଦ୍ଧା ଓ କନ୍ଧମାଳ ଜିଲାରୁ ୩ ଜଣ ଲେଖାଏ ଥିବା ବେଳେ ଗଞ୍ଜାମ, ରାୟଗଡ଼ା, ନୟାଗଡ଼ ଏବଂ ସୁନ୍ଦରଗଡ଼ରୁ ଜଣେ ଲେଖାଏ ଅଛନ୍ତି।


ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୧୦୩,୫୩୬ରେ ପହଞ୍ଚିଥିବା ବେଳେ ୭୩,୨୩୩ ଜଣ ସୁସ୍ଥ ହୋଇଛନ୍ତି। ୨୯,୭୫୮ ଜଣ ଚିକିତ୍ସିତ ହେଉଛନ୍ତି। ୪୯୨ ଜଣଙ୍କ ମୃତ୍ୟୁ ଘଟିଛି।

Share