ରାଜ୍ୟରେ କରୋନା ନେଲା ୫ ମୁଣ୍ଡ, କେବଳ ଏହି ଜିଲାରୁ ଅଛନ୍ତି ୩ ଜଣ

ଭୁବନେଶ୍ୱର,୨୦।୪(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି। ମଙ୍ଗଳବାର ରାଜ୍ୟରେ କରୋନା ଆଉ ୫ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧,୯୫୩କୁ ବୃଦ୍ଧି ପାଇଛି। ଏହି ୫ ମୃତକଙ୍କ ମଧ୍ୟରୁ ନୂଆପଡ଼ା ଜିଲାରୁ ୩ ଜଣ ଥିବା ବେଳେ ରାୟଗଡ଼ା ଓ କେନ୍ଦୁଝର ଜିଲାରୁ ୩ ଜଣ ଅଛନ୍ତି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି।

Share