ଭୁବନେଶ୍ୱର,୧୮ା୧୦(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନେ କମିଲେ ଦିନେ ବଢ଼ୁଛି। ସେହିପରି ମୃତ୍ୟୁସଂଖ୍ୟାରେ ବି ବ୍ରେକ୍ ଲାଗୁନି। ଆଜି ଆଉ ୫ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୮୨୯୦କୁ ବୃଦ୍ଧି ପାଇଥିବା ଜଣାପଡ଼ିଛି।
ଆଜି ସୁନ୍ଦରଗଡ଼ ଜିଲାରୁ ୨ ଆକାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ବରଗଡ଼, ଝାରସୁଗୁଡ଼ା ଏବଂ ଖୋର୍ଦ୍ଧାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟ ୧୦,୩୫,୪୧୭ରେ ପହଞ୍ଚିଥିବା ବେଳେ ୧୦,୨୨,୨୫୦ଜଣ ସୁସ୍ଥ ହୋଇଛନ୍ତି। ୪୮୨୪ ଜଣ ଚିକିିତ୍ସିତ ହେଉଛନ୍ତି। ମୃତ୍ୟୁସଂଖ୍ୟା ୮୨୯୦କୁ ବୃଦ୍ଧି ପାଇଛି।