ଭୁବନେଶ୍ୱର,୧୩ା୮(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ପୁଣି ୬୦ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୬୭୫୭କୁ ବୃଦ୍ଧି ପାଇଥିବା ଜଣାପଡ଼ିଛି।
ଆଜି ବରଗଡ ଜିଲାରୁ ସର୍ବାଧିକ ୧୩ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ କଟକରୁ ୧୧ ଏବଂ ବଲାଙ୍ଗୀରରୁ ୬ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ସେହିପରି ଅନୁଗୋଳ, ଜଗତସିଂହପୁର ଏବଂ ସମ୍ବଲପୁର ଜିଲାରୁ ୫ ଜଣ ଲେଖାଏ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ଦେବଗଡ ଜିଲାରୁ ୪, ଢେଙ୍କାନାଳ ଏବଂ ଯାଜପୁର ଜିଲାରୁ ୩ ଜଣ ଲେଖାଏ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା। ବାଲେଶ୍ୱର ଏବଂ ଝାରସୁଗୁଡା ଜିଲାରୁ ୨ ଜଣ ଲେଖାଏ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବାବେଳେ ଭଦ୍ରକରେ ଜଣେ ରୋଗୀଙ୍କର ଜୀବନ ଯାଇଛି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟ ୯,୯୨,୩୭୫ରେ ପହଞ୍ଚିଥିବା ବେଳେ ୯,୭୪,୭୫୬ଜଣ ସୁସ୍ଥ ହୋଇଛନ୍ତି। ୧୦,୮୦୯ ଜଣ ଚିକିିତ୍ସିତ ହେଉଛନ୍ତି। ୬,୭୫୭ ଜଣଙ୍କ ମୃତ୍ୟୁ ଘଟିସାରିଲାଣି।