କମୁନି ମୃତ୍ୟୁସଂଖ୍ୟା: ଆଉ ୬୬ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର,୧୬ା୮(ବ୍ୟୁରୋ): ରାଜ୍ୟରେ ଯଦିଓ କରୋନା ସଂକ୍ରମଣ କମିଛି କିନ୍ତୁ ମୃତ୍ୟୁରେ ବ୍ରେକ୍‌ ଲାଗୁନି। ଆଜି ପୁଣି ୬୬ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୬୯୫୩ରେ ପହଞ୍ଚିଛି।

ଆଜି ସମ୍ବଲପୁର ଜିଲାରୁ ସର୍ବାଧିକ ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ କଟକରୁ ୮ ଏବଂ ଅନୁଗୋଳରୁ ୭ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ବାଲେଶ୍ୱର, ଢେଙ୍କାନାଳରୁ ୫ ଜଣ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ବରଗଡ, ଭଦ୍ରକ, ଜଗତସିଂହପୁର ଓ ଖୋର୍ଦ୍ଧା ଜିଲାରୁ ୪ ଜଣ ଲେଖାଏ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଗଞ୍ଜାମ, କଳାହାଣ୍ଡି, କେନ୍ଦ୍ରାପଡ଼ା ଏବଂ ସୋନପୁର ଜିଲାରୁ ୨ ଜଣ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ବଲାଙ୍ଗୀର, ଦେବଗଡ, ଯାଜପୁର, ଝାରସୁଗଡ଼ା ଏବଂ ନୟାଗଡ଼ ଜିଲାରେ ଜଣେ ଲେଖାଏ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟ ୯,୯୫,୪୩୩ରେ ପହଞ୍ଚିଥିବା ବେଳେ ୯,୭୮,୨୪୦ ଜଣ ସୁସ୍ଥ ହୋଇଛନ୍ତି। ୧୦,୧୮୭ ଜଣ ଚିକିିତ୍ସିତ ହେଉଛନ୍ତି। ୬୯୫୩ ଜଣଙ୍କ ମୃତ୍ୟୁ ଘଟିସାରିଲାଣି।

Share