ରାଜ୍ୟରୁ ଆଉ ୬୬ ଜଣଙ୍କ ଜୀବନ ନେଲା କରୋନା, କଟକରୁ ଅଧିକ ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର,୨୬ା୮(ବ୍ୟୁରୋ): ରାଜ୍ୟରେ ଯଦିଓ କରୋନା ସଂକ୍ରମଣ କମିଛି କିନ୍ତୁ ମୃତ୍ୟୁରେ ବ୍ରେକ୍‌ ଲାଗୁନି। ଆଜି ସର୍ବାଧିକ ୬୬ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୭୬୨୮କୁ ବୃଦ୍ଧି ପାଇଥିବା ଜଣାପଡ଼ିଛି।

ଆଜି କଟକ ଜିଲାରୁ ସର୍ବାଧିକ ୧୫ ଜଣଙ୍କ କରୋନାରେ ମୃତ୍ୟୁ ଘଟିଥିବା ବେଳେ ସମ୍ବଲପୁରରୁ ୧୧ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଜଗତସିଂହପୁର ଏବଂ ବରଗଡ଼ ଜିଲାରୁ ୮ ଜଣ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଯାଜପୁରରୁ ୪ ଏବଂ ବୌଦ୍ଧରୁ ୩ ଜଣଙ୍କର ମୃତ୍ୟୁ ଘଟିଛି। ବଲାଙ୍ଗୀର, ଦେବଗଡ଼, ଢେଙ୍କାନାଳ, ଝାରସୁଗୁଡ଼ା, କଳାହାଣ୍ଡି ଏବଂ ସୁନ୍ଦରଗଡ଼ରୁ ୨ ଜଣ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ବାଲେଶ୍ୱର, ଖୋର୍ଦ୍ଧା, ପୁରୀ, ରାୟଗଡ଼ା ଏବଂ ସୋନପୁରରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୦୪,୦୫୯ରେ ପହଞ୍ଚିଥିବା ବେଳେ ୯,୮୮,୦୯୦ଜଣ ସୁସ୍ଥ ହୋଇଛନ୍ତି। ୮୨୮୮ ଜଣ ଚିକିିତ୍ସିତ ହେଉଛନ୍ତି। ୭୬୨୮ ଜଣଙ୍କ ମୃତ୍ୟୁ ହୋଇସାରିଲାଣି।

Share