ମୃତ୍ୟୁରେ ଲାଗୁନି ବ୍ରେକ୍‌: ଆଜି ପୁଣି ୬୬ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର,୬ା୮(ବ୍ୟୁରୋ): ରାଜ୍ୟରେ ଯଦିଓ କରୋନା ସଂକ୍ରମଣ କମିଛି କିନ୍ତୁ ମୃତ୍ୟୁସଂଖ୍ୟା  ସବୁଦିନ ୬୦ ଉପରେ ରହୁଛି। ଆଜି ସର୍ବାଧିକ ୬୬ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୬୨୩୬ରେ ପହଞ୍ଚିଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟ ୯,୮୪,୭୩୧ରେ ପହଞ୍ଚିଥିବା ବେଳେ ୯,୬୫,୩୭୦ ଜଣ ସୁସ୍ଥ ହୋଇଛନ୍ତି। ୧୩,୦୦୬ ଜଣ ଚିକିିତ୍ସିତ ହେଉଛନ୍ତି। ୬୨୩୬ ଜଣଙ୍କ ମୃତ୍ୟୁ ଘଟିସାରିଲାଣି।

Share