ଭୁବନେଶ୍ୱର,୩୦ା୮(ବ୍ୟୁରୋ): ରାଜ୍ୟରେ ଯଦିଓ କରୋନା ସଂକ୍ରମଣ କମିଛି କିନ୍ତୁ ମୃତ୍ୟୁରେ ବ୍ରେକ୍ ଲାଗୁନି। ଆଜି ସର୍ବାଧିକ ୬୭ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୭୯୦୧କୁ ବୃଦ୍ଧି ପାଇଥିବା ଜଣାପଡ଼ିଛି।
ଆଜି କଟକରୁ ସର୍ବାଧିକ ୨୦ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ଅନୁଗୋଳ ଏବଂ ଜଗତସିଂହପୁରରୁ ୯ ଜଣ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେହିପରି ଖୋର୍ଦ୍ଧାରୁ ୬, ଯାଜପୁରରୁ ୪, କେନ୍ଦୁଝର, କେନ୍ଦ୍ରାପଡ଼ା ଏବଂ ମୟୂରଭଞ୍ଜରୁ ୩ ଜଣ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ ଏବଂ ପୁରୀରୁ ଦୁଇଜଣ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ କଳାହାଣ୍ଡି ଏବଂ ସୁବର୍ଣ୍ଣପୁରରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟ ୧୦,୦୭,୧୧୨ରେ ପହଞ୍ଚିଥିବା ବେଳେ ୯,୯୧,୬୩୦ଜଣ ସୁସ୍ଥ ହୋଇଛନ୍ତି। ୭୫୨୮ ଜଣ ଚିକିିତ୍ସିତ ହେଉଛନ୍ତି। ୭୦୯୧ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିସାରିଲାଣି।