୫ ବର୍ଷର ଶିଶୁଙ୍କୁ ଛାଡିଲାନି କରୋନା: ରାଜ୍ୟରେ ନେଲା ଆଉ ୭ ମୁଣ୍ଡ

ଭୁବନେଶ୍ୱର,୨୮।୭(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର କରୋନା ଏକ ୫ ବର୍ଷର ଶିଶୁ ସମେତ ୭ ଜଣଙ୍କ ଜୀବନ ନେଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୫୪ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ସମସ୍ତ ମୃତକ ପୁରୁଷ ହୋଇଥିବା ବେଳେ ଗଞ୍ଜାମ ଜିଲାରୁ ୩, ରାୟଗଡ଼ାରୁ ୨, କଟକ ଓ ଖୋର୍ଦ୍ଧା ଜିଲାରୁ ଜଣେ ଲେଖାଏ ଅଛନ୍ତି। ଗଞ୍ଜାମ ଜିଲାର ୩ ମୃତକଙ୍କ ବୟସ ଯଥାକ୍ରମେ ୩୯,୫୫,୫୬ ବର୍ଷ ବୋଲି ଜଣାପଡ଼ିଛି। ରାୟଗଡ଼ାର ୨ ମୃତକଙ୍କ ବୟସ ୩୧,୭୨ ହୋଇଥିବା ବେଳେ ୭୨ ବର୍ଷୀୟ ବୃଦ୍ଧ ମଧୁମେହରେ ପୀଡ଼ିତ ଥିଲେ। ଏହା ବାଦ୍‌ ଭୁବନେଶ୍ୱରର ଜଣେ ୫ ବର୍ଷର ଶିଶୁଙ୍କ କରୋନାରେ ମୃତ୍ୟୁ ଘଟିଛି।

Share