ଭୁବନେଶ୍ୱର,୩ା୯(ବ୍ୟୁରୋ): ରାଜ୍ୟରୁ ଶୁକ୍ରବାର ୭ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୮୦୩୫କୁ ବୃଦ୍ଧି ପାଇଥିବା ଜଣାପଡ଼ିଛି।
ଆଜି ଗଞ୍ଜାମରୁ ସର୍ବାଧିକ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବାଲେଶ୍ୱର, କଟକ, ଢେଙ୍କାନାଳ, କେନ୍ଦ୍ରାପଡ଼ା ଏବଂ ପୁରୀ ଜିଲାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟ ୧୦,୧୦,୦୭୨ରେ ପହଞ୍ଚିଥିବା ବେଳେ ୯,୯୪,୬୩୯ଜଣ ସୁସ୍ଥ ହୋଇଛନ୍ତି। ୭୩୪୫ ଜଣ ଚିକିିତ୍ସିତ ହେଉଛନ୍ତି। ମୃତ୍ୟୁସଂଖ୍ୟା ୮୦୩୫କୁ ବୃଦ୍ଧି ପାଇଛି।