ପୁଣି ରାଜ୍ୟରେ ୯ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୪।୮(ବ୍ୟୁରୋ): ରାଜ୍ୟରେ ମଙ୍ଗଳବା ଆଉ ୯ ଜଣଙ୍କ ମୁଣ୍ଡ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୧୬ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ୯ ମୃତକଙ୍କ ମଧ୍ୟରୁ ଗଞ୍ଜାମ ଜିଲାରୁ କେବଳ ୬ ଜଣ ଅଛନ୍ତି। ସେମାନଙ୍କ ମଧ୍ୟରୁ ୨ ମହିଳା ଥିବାବେଳେ ୪ ପୁରୁଷ ରହିଛନ୍ତି। ସେହିଭଳି ପୁରୀ, ଯାଜପୁର ଓ ଖୋର୍ଦ୍ଧା ଜିଲାରୁ ଜଣେ ଲେଖାଏ ଆକ୍ରନ୍ତଙ୍କ ମୃତ୍ୟୁ ଘଟିଛି।

 

ତେବେ ଗଞ୍ଜାମ ଜିଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୧୨ ହୋଇଥିବା ବେଳେ ଖୋର୍ଦ୍ଧାରେ ଏହା ୩୦ରେ ପହଞ୍ଚିଛି। ସେହିଭଳି ପୁରୀରେ ୪ ଓ ଯାଜପୁର ଜିଲାରେ ୩ ଜଣଙ୍କ ମୃତ୍ୟୁ ଘଟିଛି।

Share