ପୁଣି ୬ ଜୀବନ ନେଲା କରୋନା, ଜାଣନ୍ତୁ କେଉଁ ଜିଲାରୁ କେତେ

ଭୁବନେଶ୍ୱର,୨୩।୭(ବ୍ୟୁରୋ): ରାଜ୍ୟରେ କରୋନା ଯୋଗୁ ଆଉ ୬ ଜଣଙ୍କ ଜୀବନ ଯାଇଛି। ଫଳରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୧୪କୁ ବୃଦ୍ଧି ପାଇଛି। ଏହି ୬ ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୫ ଜଣ ଥିବା ବେଳେ ଖୋର୍ଦ୍ଧାରୁ ଜଣେ ଅଛନ୍ତି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏଥିସହ ମୃତକଙ୍କ ମଧ୍ୟରେ ୨ ମହିଳା ଏବଂ ୪ ଜଣ ପୁରୁଷ ଅଛନ୍ତି। ଗଞ୍ଜାମ ମୃତକଙ୍କ ମଧ୍ୟରେ ସମସ୍ତେ ଉଚ୍ଚ ରକ୍ତଚାପ ଏବଂ ଡାଇବେଟିସରେ ପୀଡିତ ଥିଲେ। ସେହିପରି ଖୋର୍ଦ୍ଧାରୁ ୮୬ ବର୍ଷୀୟ ମହିଳା ଉଚ୍ଚ ରକ୍ତଚାପ ଏବଂ ଡାଇବେଟିସରେ ପୀଡିତ ଥିବା ଜଣାପଡିଛି। ସୂଚନାଯୋଗ୍ୟ, ଗୁରୁବାର ରାଜ୍ୟରେ ମୋଟ ୧୨୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୫୪୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି।

Share