ବରଗଡ଼ ଅଫିସ,୨୪।୧୦: ବରଗଡ ଜିଲାରେ କରୋନା (କୋଭିଡ-୧୯) ସଂକ୍ରମଣ ଥମିବାର ନାଁ ନେଉ ନାହିଁ। ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢିଚାଲିଛି। ତେବେ ଶନିବାର ପୁଣି ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକ ଜଣଙ୍କ ଜଣେ ୫୩ ବର୍ଷୀୟ ବ୍ୟକ୍ତି। ପୂର୍ବରୁ ସେ ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗରେ ମଧ୍ୟ ଆକ୍ରାନ୍ତ ଥିବା ସୂଚନା ଦିଆଯାଇଛି। ଏହାପରେ ସରକାରୀ ସୂଚନା ମୁତାବକ ଜିଲାରେ ମୃତକଙ୍କ ସଂଖ୍ୟା ୧୭ରେ ପହଞ୍ଚିଛି ।
ସେହିପରି ଜିଲାରେ ଶନିବାର ୫୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୫ଜଣ ମହିଳା ଓ ୪୧ଜଣ ପୁରୁଷ ରହିଛନ୍ତି। ନୂଆ ଆକ୍ରାନ୍ତ ମଧ୍ୟରେ ୩ଜଣ ଶିଶୁ ରହିଥିବା ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୮୩୨୪ରେ ପହଞ୍ଚିଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୭ଜଣକର ମୃତ୍ୟୁ ଘଟିଛି। ୭୭୬୭ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ସରକାରୀଭାବେ ସୂଚନା ଦିଆଯାଇଛି।
Posted inଆମ ଜିଲା ଖବର, କରୋନା ଭାଇରସ୍, ବରଗଡ଼