ଆଉ ଗୋଟିଏ ମୁଣ୍ଡ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି

ଭୁବନେଶ୍ୱର,୨୮ା୧୧(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ କମିବାରେ ଲାଗିଛି। ତେବେ ଆଜି ଆଉ ଜଣଙ୍କ ମୁଣ୍ଡ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି ପାଇଥିବା ଜଣାପଡ଼ିଛି।

ମୃତକ ଜଣକ ହେଉଛନ୍ତି ବରଗଡ଼ ଜିଲାର ଜଣେ ୭୬ ବର୍ଷୀୟା ବୃଦ୍ଧା। ସେ କିଡ୍‌ନୀ ରୋଗରେ ପୀଡ଼ିତ ଥିଲେ।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟ ୧୦,୪୮,୬୮୩ରେ ପହଞ୍ଚିଥିବା ବେଳେ ୧୦,୩୭,୮୬୪ଜଣ ସୁସ୍ଥ ହୋଇଛନ୍ତି। ୨୩୫୯ ଜଣ ଚିକିିତ୍ସିତ ହେଉଛନ୍ତି।

Share