ଭୁବନେଶ୍ୱର,୧୮ା୮(ବ୍ୟୁରୋ): ରାଜ୍ୟରେ ପ୍ରତିଦିନ କାହାର ନା କାହାର ଜୀବନ ନେଉଛି କରୋନା। ଗୁରୁବାର ଆଉ ଜଣଙ୍କ ଜୀବନ ନେଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ଖୋର୍ଦ୍ଧା ଜିଲାର ୭୧ ବର୍ଷୀୟ ଜଣେ ବୃଦ୍ଧଙ୍କ କରୋନାରେ ମୃତ୍ୟୁ ଘଟିଛି। ସେ ଡାଇବେଟିସ୍ ଏବଂ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିଲେ।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୨୪,୦୬୯ରେ ପହଞ୍ଚିଥିବା ବେଳେ ୧୩,୧୧,୯୪୭ ଜଣ ସୁସ୍ଥ ହୋଇଛନ୍ତି। ୨୯୦୯ ଜଣ ଚିକିିତ୍ସିତ ହେଉଛନ୍ତି।