ଦିଗପହଣ୍ଡି,୧୦ା୮(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବଜାର ସାହିର ଯୁବ ଇଞ୍ଜିନିୟର ୟୁ.ସତ୍ୟନାରାୟଣ ରାଓ (୩୭) କରୋନାରେ ସଂକ୍ରମିତ ହୋଇ ସୋମବାର ମୃତ୍ୟୁବରଣ କରିଛନ୍ତି। ତାଙ୍କ ବାପା ୟୁ.ଶଙ୍କର ରାଓଙ୍କ ଗତ ୧୪ ତାରିଖରେ ମୃତ୍ୟୁ ଘଟିବା ପରେ ବେଙ୍ଗାଲୁରସ୍ଥିତ ସିଏ ଟେକ୍ନୋଲୋଜିରେ ସିନିୟର୍ ସଫ୍ଟଓ୍ବେୟାର ଇଞ୍ଜିନିୟର ଭାବେ କାମ କରୁଥିବା ସତ୍ୟନାରାୟଣ ଗାଁକୁ ଆସିଥିଲେ। ବାପାଙ୍କ ଶୁଦ୍ଧିକ୍ରିୟା ସରିବା ପରେ ସେ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସତ୍ୟନାରାୟଣଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ କହିଛନ୍ତି।