କରୋନା ନେଲା ଔଷଧ ଦୋକାନୀଙ୍କ ଜୀବନ: ଗଭୀର ଶୋକ ପ୍ରକାଶ କଲେ ବାଚସ୍ପତି

ଦିଗପହଣ୍ଡି,୧।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବସଷ୍ଟାଣ୍ଡର ବହୁ ପୁରୁଣା ସାହୁ ମେଡିକାଲ ଷ୍ଟୋର ମାଲିକ ସୀମାଞ୍ଚଳ ସାହୁଙ୍କ କରୋନାରେ ମୃତ୍ୟୁ ଘଟିଛି। ସେ ଗତ କିଛିଦିନ ହେଲା ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ବିୟୋଗରେ ଦିଗପହଣ୍ଡି ବିଧାୟକ ତଥା ବିଧାନସଭା ବାଚସ୍ପତି ଡ.ସୂର୍ଯ୍ୟନାରାୟଣ ପାତ୍ର ଗଭୀର ଶୋକ ପ୍ରକାଶ କରି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ତାଙ୍କ ପରଲୋକରେ ଶନିବାର ଖେମୁଣ୍ଡି ଅଞ୍ଚଳର ସମସ୍ତ ଔଷଧ ଦୋକାନ ବନ୍ଦ ରହଛି।

Share