କୋରାପୁଟ, ୧।୧୦(ସ୍ବ.ପ୍ର): କୋରାପୁଟ ଟାଉନ ଆଇଆଇସି ପୀତବାସ ଧାରୁଆ ଗୁରୁବାର ସକାଳେ କରୋନାରେ ମୃତ୍ୟୁବରଣ କରିଛନ୍ତି। ସେ ଭୁବନେଶରର ଏକ ବେସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ସେ ଜଣେ ଦକ୍ଷ ପୋଲିସ ଅଫିସର ଥିଲେ। ତାଙ୍କ ମୃତ୍ୟୁରେ କୋରାପୁଟରେ ଶୋକର ଛାୟା ଖେଳିଯାଇଛି।