ଆଜି ଆଉ ୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୧୭୭କୁ ବୃଦ୍ଧି

ଭୁବନେଶ୍ୱର,୩୧ା୭(ବ୍ୟୁରୋ): ଶୁକବ୍ରାର ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୭୭କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ୪, ଗଜପତି, ସୁନ୍ଦରଗଡ଼, ନୟାଗଡ଼ ଏବଂ ଖୋର୍ଦ୍ଧାରୁ ଜଣେ ଲେଖାଏ ଅଛନ୍ତି। ଗଞ୍ଜାମରୁ ଜଣେ ୮୧ ବର୍ଷୀୟ ବୃଦ୍ଧ, ୭୩ ବର୍ଷୀୟ ବୃଦ୍ଧ, ୪୯ ଏବଂ ୪୫ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ୮୧ ବର୍ଷୀୟ ବୃଦ୍ଧ ଜଣଙ୍କ ଡାଇବେଟିସ୍‌ ରୋଗରେ ପୀଡ଼ିତ ଥିବା ବେଳେ ୭୩ ବର୍ଷୀୟ ବୃଦ୍ଧ ଜଣଙ୍କ ମଧ୍ୟ ଡାଇବେଟିସ୍‌ ଏବଂ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିଲେ। ସେହିପରି ଗଜପତିରୁ ଜଣେ ୫୮ ବର୍ଷୀୟା ମହିଳାଙ୍କ ମୃତ୍ୟୁ ଘଟିଛି। ସୁନ୍ଦରଗଡ଼ର କରୋନା ଆକ୍ରାନ୍ତ ଜଣଙ୍କ ଡାଇବେଟିସ୍‌ ରୋଗରେ ପୀଡ଼ିତ ଥିଲେ। ନୟାଗଡ଼ର ୮୨ ବର୍ଷୀୟା ବୃଦ୍ଧା ଜଣଙ୍କ ଡାଇବେଟିସ୍‌, ଉଚ୍ଚ ରକ୍ତଚାପ ସହ ଅନ୍ୟ ରୋଗରେ ମଧ୍ୟ ପୀଡ଼ିତ ଥିଲେ। ଖୋର୍ଦ୍ଧା ଜିଲାରୁ ଜଣେ ୭୯ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସେ ଉଚ୍ଚ ରକ୍ତଚାପ ଏବଂ ଡାଇବେଟିସ୍‌ ସହ ଅନ୍ୟ ରୋଗରେ ମଧ୍ୟ ପୀଡ଼ିତ ଥିଲେ।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୧,୮୭୭ରେ ପହଞ୍ଚିଥିବା ବେଳେ ୧୯,୭୪୫ ସୁସ୍ଥ ହୋଇଛନ୍ତି। ୧୧,୯୧୮ ଚିକିତ୍ସିତ ହେଉଛନ୍ତି। ୧୭୭ ଜଣଙ୍କ ମୃତ୍ୟୁ ଘଟିଛି।

Share