ବାସୁଦେବପୁରରୁ ୨ ଜଣଙ୍କ ଜୀବନ ନେଲା କରୋନା

ପଦ୍ମପୁର,୨୧।୪(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ରାଜଘରପୋଖରୀ ପଞ୍ଚାୟତର ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଛତିଶଗଡ଼ରେ ଏକ କମ୍ପାନୀରେ କାମ କରୁଥିବା ବେଳେ ଉଭୟ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ମଙ୍ଗଳବାର ରାତିରେ ଛତିଶଗଡ଼ ଠାରେ ତାଙ୍କର ମୃତ୍ୟୁ ଘଟିଛି। ସେହିପରି କୋଡ଼ବାଟିଆ ଗ୍ରାମର ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇ କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ପରେ ସେ କରୋନାରେ ଆକ୍ରାନ୍ତ ହୋଇଥିବାର ଜଣାପଡିଥିଲା। ବୁଧବାର ତାଙ୍କର ମୃତ୍ୟୁ ଘଟିଛି।

Share