୨ ଲକ୍ଷ ମୁହାଁ କରୋନା

ନୂଆଦିଲ୍ଲୀ,୧୨।୪: ଦେଶରେ କରୋନାର ସଂକ୍ରମଣ ଯୋଗୁ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୨ ଲକ୍ଷ ମୁହାଁ ହେବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ୬୮ ହଜାର ୯୧୨ରେ ପହଞ୍ଚିଛି। ସେହିପରି ଏହି ସମୟ ମଧ୍ୟରେ କରୋନାରେ ୯୦୪ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୋମବାର ସୂଚନା ପ୍ରଦାନ କରାଯାଇଛି। ଏଭଳି ସ୍ଥିତି ଜାରି ରହିଲେ ଆଉ ସପ୍ତାହେ ମଧ୍ୟରେ ଦେଶରେ ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷରେ ପହଞ୍ଚିବାର ଆଶଙ୍କା ଦେଖାଦେଇଛି। ମହାରାଷ୍ଟ୍ରରେ ସ୍ଥିତି ସଙ୍କଟଜନକ ହୋଇଛି। ଏଠାରେ ଗୋଟିଏ ଦିନରେ ୬୩ ହଜାର ୨୯୪ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଏହି ସମୟ ମଧ୍ୟରେ ରାଜ୍ୟରେ ୩୪୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

Share