ଚାଇନାରେ କରୋନା ଅଣାୟତ୍ତ, ମାତାପିତାଙ୍କଠାରୁ ପିଲାଙ୍କୁ ଅଲଗା କରୁଛନ୍ତି ସରକାର…

ବେଜିଂ, ୨।୪ : ଚାଇନାକୁ ପୁଣି ୨ ବର୍ଷ ପରେ କରୋନା ଫେରିଛି। ସ୍ଥିତି ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି। ସଂକ୍ରମଣ ବଢୁଥିବାରୁ ସରକାର ଦେଶର ବହୁ ସହରରେ ଲକ୍‌ ଡାଉନ୍‌ ଘୋଷଣା କରିଛନ୍ତି। ପ୍ରଥମ ଥର ପାଇଁ ଚାଇନାର ସମସ୍ତ ୩୧ ରାଜ୍ୟରେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି।

କୋରୋନାକୁ ନିୟନ୍ତ୍ରଣ କରିବା ପାଇଁ ଚାଇନାରେ ଲାଗୁ କରାଯାଇଥିବା ଶୂନ କୋଭିଡ ନୀତି ଏକ ବିଫଳତା ବୋଲି ପ୍ରମାଣିତ ହେଉଛି। ସାଙ୍ଘାଇ ସମେତ ବହୁ ସହରରେ ଲୋକେ ଘରେ ବନ୍ଦୀ ଅବସ୍ଥାରେ ରହିଛନ୍ତି।

ଏପରିସ୍ଥଳେ ସରକାର ଏକ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି। କରୋନା ସଂକ୍ରମିତ ହୋଇଥିବା ମାତାପିତାଙ୍କ ଠାରୁ ସେମାନଙ୍କର ପିଲାଙ୍କୁ ସରକାର ଅଲଗା କରୁଛନ୍ତି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ବଢ଼ିବାରେ ଲାଗିଛି।

ମାତାପିତା ଏବଂ ପିଲାଙ୍କୁ ଅଲଗା ଅଲଗା କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରଖାଯାଉଛି। ମାତାପିତାଙ୍କୁ ପିଲା କେଉଁଠାରେ ଅଛନ୍ତି ତାହାର ସୂଚନା ମଧ୍ୟ ଦିଆଯାଉ ନାହିଁ।

Share