ନୂଆଦିଲ୍ଲୀ, ୯।୧ : ରାଜଧାନୀ ଦିଲ୍ଲୀରେ କରୋନା ବେଲଗାମ୍ ହେବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୨୨ ହଜାର ୭୫୧ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହାଯୋଗୁ ସଂକ୍ରମଣ ହାର ୨୫.୫୩ ପ୍ରତିଶତ ଛୁଇଁଛି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫ ଲକ୍ଷ ୪୯ ହଜାର ୭୩୦ରେ ପହଞ୍ଚିଛି।
ସେହିପରି ଏହି ସମୟ ମଧ୍ୟରେ ୧୭ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦିଲ୍ଲୀରେ ମୋଟ କରୋନା ମୃତକଙ୍କ ସଂଖ୍ୟ ୨୫ ହଜାର ୧୬୦ ଛୁଇଁଛି।
ଗତ ୨୪ ଘଣ୍ଟାରେ ୧୦ ହଜାର ୧୭୯ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଫଳରେ ବର୍ତ୍ତମାନ ସୁଦ୍ଧା ମୋଟ ୧୪ ଲକ୍ଷ ୬୩ ହଜାର ୮୩୭ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସ୍ଥିତିର ମୁକାବିଲା ଲାଗି ହସ୍ପିଟାଲରେ ପ୍ରସ୍ତୁତି ଶେଷ ହୋଇଥିବାବେଳେ ଅକ୍ସିଜେନ୍ ମହଜୁଦ୍ ରଖାଯାଇଛି