କମିନି ଟେଷ୍ଟିଂ, କମୁଛି ସଂକ୍ରମଣ

ଭୁବନେଶ୍ୱର,୨୩।୧(ବ୍ୟୁରୋ): କରୋନା ସଂକ୍ରମଣ ଧୀରେଧୀରେ କମିବା ଆରମ୍ଭ ହୋଇଛି । ଗତ ୧୨ ତାରିଖଠାରୁ ସଂକ୍ରମଣ କମିବା ଆରମ୍ଭ କରିଛି । କିନ୍ତୁ ଟେଷ୍ଟିଂ ସଂଖ୍ୟା କମିନାହିଁ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି, ଟେଷ୍ଟିଂ ସଂଖ୍ୟା ବଢାଯାଇଛି । ଯାହାକି ୭୦ ହଜାର ଉପରେ ରହିଛି । ତେଣୁ ଆମକୁ ପିକ୍‌ ଛୁଇଁଛି ନା ନାହିଁ ଏଥିପାଇଁ ପାଇଁ ଆଉ ୨ରୁ ୪ ଦିନ ଅପେକ୍ଷା କରିବାକୁ ପଡିବ । କାରଣ ଦ୍ୱିତୀୟ ଲହରରେ ଅନେକ ବିଶେଷଜ୍ଞ ଆକଳନ କରିଥିଲେ ଜୁଲାଇ ମାସରେ କମିବ ବୋଲି । କିନ୍ତୁ ଏହାକୁ କମିବାକୁ ଅକ୍ଟୋବର ମାସ ଲାଗିଥିଲା। । ଆସନ୍ତା କିଛି ଦିନ ଆମ ପାଇଁ ଗୁରୁତ୍ୱ ପୂର୍ଣ୍ଣ। ତେବେ ଆମେ ଦେଶ ଅପେକ୍ଷା ଭଲ ସ୍ଥିତରେ ଅଛନ୍ତି। ପଜିଟିଭିଟି ଅପେକ୍ଷା ଆମର ଗୁରୁତର ରୋଗୀଙ୍କ ସଂଖ୍ୟା ମଧ୍ୟ କମ ରହିଛି। ନିୟମିତ ଭାବେ ରାଜ୍ୟ ସରକାର ପୁରା ସ୍ଥିତି ଉପରେ ନଜର ରଖିଛନ୍ତି ।

Share