କରୋନା ଟିକା ନେଲେ ‘ଡ୍ରିମ୍‌ଗର୍ଲ’, ଫଟୋ ଭାଇରାଲ

ମୁମ୍ବାଇ,୬।୩: ବଲିଉଡ୍‌ର ‘ଡ୍ରିମଗର୍ଲ’ ତଥା ମଥୁରା ଏମ୍‌ପି ହେମାମାଳିନୀ କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ଶନିବାର ଟିକା ନେଇଛନ୍ତି। ଏହି କଥା ନିଜେ ହେମାମାଳିନୀ ସୂଚନା ଦେଇଛନ୍ତି। ସୋସିଆଲ ମିଡିଆରେ ନିଜର ତିନୋଟି ଫଟୋ ଶେୟାର କରିଛନ୍ତି। ଏହି ଫଟୋକୁ ପ୍ରଶଂସକମାନେ ଖୁବ୍‌ ପସନ୍ଦ କରୁଛନ୍ତି।

ଟିକା ନେବା ପରେ ହେମାମାଳିନୀ ସୋସିଆଲ ମିଡିଆରେ ଫଟୋ ଶେୟାର କରି କ୍ୟାପଶନ ଲେଖିଛନ୍ତି, ‘ମୁଁ କୁପର ହସ୍ପିଟାଲରେ ସାର୍ବଜନିକ ସ୍ଥଳରେ ସାଧାରଣ ଲୋକଙ୍କ ମଧ୍ୟରେ ଟିକା ନେଇଛି। ହେମା ଏମିତି କହି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଛନ୍ତି।

ହେମା ଶେୟାର କରିଥିବା ୩ଟି ଫଟୋ ମଧ୍ୟରୁ ଗୋଟିଏରେ ସେ ଏକ ଚେୟାର ଉପରେ ବସିଛନ୍ତି ଏବଂ ଜଣେ ନର୍ସ ତାଙ୍କୁ ଟିକା ଦେଉଛନ୍ତି। ଆଉ ଦୁଇଟି ଫଟୋ ମଧ୍ୟରୁ ଗୋଟିଏରେ ସେ ପୋଷ୍ଟର ସାମ୍ନାରେ ଠିଆ ହୋଇ ଥମ୍ବସ ଅପ୍‌ର ସାଇନ ଦେଖାଇଛନ୍ତି। ପୋଷ୍ଟରେ ଲେଖାହୋଇଛି ମୁଁ ଟିକା ଲଗାଇଲି। କ’ଣ ଆପଣ ଲଗାଇବେ?

କହିରଖୁଛୁ, ହେମାଙ୍କ ପୂର୍ବରୁ ସୈଫ୍‌ ଅଲ୍ଲୀ ଖାନ୍‌, ସତୀଶ ଶାହା, ଶିଳ୍ପା ଶିରୋଡକର ଏବଂ ରାକେଶ ରୋଶନ କରୋନା ଟିକା ନେଇସାରିଛନ୍ତି। ସେହିପରି ଅମିତାଭ ବଚ୍ଚନ, ଅଭିଷେକ ବଚ୍ଚନ, ଐଶ୍ୱର୍ଯ୍ୟା ରାୟ, ରକୁଲପ୍ରୀତ୍‌, ନୀତ କପୁର, ବରୁଣ ଧାଓ୍ବନଙ୍କ ପରି ଅନେକ ବଲିଉଡ୍‌ ତାରକା କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ବି ହୋଇଛନ୍ତି।

Share