ଅକ୍ଟୋବରରୁ ପ୍ରତିଦିନ ଏକ କୋଟି ଲୋକଙ୍କୁ ଦିଆଯିବ କରୋନା ଟିକା!

ନୂଆଦିଲ୍ଲୀ,୩୦ ।୭: କରୋନା ମହାମାରୀ ସାରା ବିଶ୍ୱରେ ତାଣ୍ଡବ ରଚିଥିବା ବେଳେ ଏବେ ବିଶ୍ୱବାସୀଙ୍କ ପାଇଁ ଆଶାର କିରଣ ହେଉଛି କେବଳ ଟିକା ବା ଭ୍ୟାକ୍ସିନ । ଆମ ଦେଶ ଭ୍ୟାକ୍ସିନ ତିଆରି ଉପରେ ଗୁରୁତ୍ୱ ଦେଉଥିବା ବେଳେ ଲୋକଙ୍କୁ କିପରି ଏହା ସହଜରେ ମିଳିପାରିବ ସେ ବ୍ୟବସ୍ଥା ବି କରାଯାଉଛି । ଏବେ ଦେଶରେ ଦିନକୁ ପ୍ରାୟ ୫୦ଲକ୍ଷ ଲୋକଙ୍କୁ ଭ୍ୟାକ୍ସିନ ଦିଆଯାଉଥିବା ବେଳେ ଅକ୍ଟୋବର ବେଳକୁ ଏହାକୁ ଦ୍ୱିଗୁଣା କରିବା ଲକ୍ଷ୍ୟ ରଖାଯାଇଛି । ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ସାଇନସେସ୍‌(ଆଇସିଏମ୍‌ଆର୍‌) ର ଟାସ୍କ ଫୋର୍ସ ଅପରେଶନ ଗ୍ରୁପ ଫର କୋଭିଡର ମୁଖ୍ୟ ଡାକ୍ତର ଏନ୍ କେ. ଆରୋରା ଏକ ଗଣମାଧ୍ୟମକୁ କହିଛନ୍ତି ଆମକୁ ଶୀଘ୍ର ଆଉ ୪ଟି ଭାରତୀୟ ଭ୍ୟାକ୍ସିନ ମିଳିଯିବ । ଏହାସହ କରୋନା ପାଇଁ ଭାରତର ୬ଟି ନିଜର ଭ୍ୟାକ୍ସିନ ହୋଇଯିବ । ଏହାଦ୍ୱାରା ସବୁ ଲୋକଙ୍କୁ ଭ୍ୟାକ୍ସିନ ଯୋଗାଇ ଦିଆଯିବ । ତାସହ ପ୍ରତିଦିନ ପ୍ରାୟ ୧ କୋଟି ଲୋକଙ୍କୁ ଭ୍ୟାକ୍ସିନ ଦେବାର ବ୍ୟବସ୍ଥା ମଧ୍ୟ କରାଯାଇ ପାରିବ ।

Share